ବାଇକରୁ ପଡି ୩ ଗୁରୁତର

ପାଟଣା : କେନ୍ଦୁଝର ଜିଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଢେଙ୍କିକୋଟ-ସାନ୍ତାରାପୁର ରାସ୍ତାର ରାଇବଣି ସାହି ବୁଲାଣିରେ ଗୁୁରୁବାର ଅପରାହ୍ନରେ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ତିନିଜଣ ଯୁବକ ଗୁରୁତର ହୋଇଛନ୍ତି । ଢେଙ୍କିକୋଟ ଫାଣ୍ଡି ଅଧିକାରୀ ସତ୍ୟନାରାୟଣ ପରିଡା ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ୩ ଯୁବକଙ୍କୁ ଉଦ୍ଧାର କରି ଘଟଗାଁ ମେଡିକାଲ ପଠାଇଛନ୍ତି।

Comments are closed.