ଟ୍ରକ୍ ପଛକୁ ପିଟିଲା ବାଇକ୍, ବାଇକ୍ ଚାଳକ ମୃତ

ଦ୍ୱାରଶୁଣି : ଦ୍ୱାରଶୁଣି ୧୮ ନମ୍ବର ଜାତୀୟ ରାଜପଥ ଝାରପୋଖରୀଆ ଥାନା ନିକଟସ୍ଥ ଅନ୍ଧାରି ଗ୍ରାମ ଛକ ନିକଟରେ ମଙ୍ଗଳବାର ସନ୍ଧ୍ୟା ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୂର୍ଘଟଣା ଘଟିଯାଇଛି । ଏକ ଟ୍ରକ୍ ପଛରେ ଜଣେ ବାଇକ୍ ଆରୋହୀ ଧକ୍କା କରିବା ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି।
ସୂଚନା ମୁତାବକ, ମୃତ ବାଇକ୍ ଆରୋହୀ ବମ୍ବେଛକ ସାପ୍ତାହିକ ହାଟରୁ ଫେରୁଥିବା ସମୟରେ ରାସ୍ତାରେ ଛିଡା ହୋଇଥିବା ଓଡ଼ି-୦୧ ଏଫ-୧୨୭୭ ନମ୍ବର ବିଶିଷ୍ଟ ଟ୍ରକ ପଛରେ ବାଇକ୍ ଧକ୍କା ଦେଇଥିଲେ । ଫଳରେ ଘଟଣା ସ୍ଥଳରେ ବାଇକ ଚାଳକ ଘିଆଯୋଡି ଗ୍ରାମର କୃଷ୍ନ ଚନ୍ଦ୍ର ସିଂଙ୍କ ପୁଅ ସୈାମ୍ୟରଞ୍ଜନ ସିଂ(୧୯ବର୍ଷ)ଙ୍କ ମୃତ୍ୟୁ ହୋଇଥିଲା।

Comments are closed.