ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ବନ୍ଧୁ ମୃତ

ଲକ୍ଷ୍ନୌ : ଉନ୍ନାଓ ଜିଲା‌ ଲକ୍ଷ୍ନୌ-କାନପୁର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ୩ଜଣ ବନ୍ଧୁଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ମୃତ ବନ୍ଧୁମାନେ କାନପୁରର ନିବାଶୀ। ବନ୍ଧୁମାନେ ଲକ୍ଷ୍ନୌରୁ କାନପୁର ଫେରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି।

Comments are closed.