ଟ୍ରକ-କାର ମୁହାଁମୁହିଁ ଧକ୍କା, ୩ଗୁରୁତର

ପାଟଣା: ୨୦ନମ୍ବର ଜାତୀୟ ରାଜପଥର ଗୋପାଳପୁର ନିକଟରେ କାର ସହ ଏକ ଟ୍ରକର ମୁହାଁମୁହିଁ ଧକ୍କା ହୋଇ କାରରେ ଥିବା ୩ଜଣ ଗୁରୁତର ହୋଇଛନ୍ତି । ଜେଏଚ୍ ୦୫ ସିଏଲ୍ ୦୨୩୦ ନମ୍ବର ବିଶିଷ୍ଟ କାରଟି କେନ୍ଦୁଝର ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଆଇରନ୍ ବୋଝେଇ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା ।

ଗୁରୁତରମାନେ ହେଲେ ଝୁମ୍ପୁରାର ଏମଡି ତାରିକ୍ (୩୦) , ଜନତ୍ ପରବିନ୍ (୧୯) ଓ ଢେଙ୍କିକୋଟର ଏମଡି ବାସାରୁଦିନଙ୍କ ପୁଅ ଏମଡି ରେହାନ(୮) ବୋଲି ଜଣାପଡିଛି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ୧୦୮ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଂକଟାପନ୍ନ ଥିବାରୁ ସମସ୍ତଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

Comments are closed.