ବାଇକ୍ ଧକ୍କାରେ କନିଷ୍ଠ ଯନ୍ତ୍ରୀ ଗୁରୁତର

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କନିଷ୍ଠ ଯନ୍ତ୍ରୀ ଇଂ ପ୍ରତାପ ବେହାରୀ ଆଜି ବିଳମ୍ବିତ ସଂନ୍ଧ୍ୟାରେ ବାଇକ୍ ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ କେନ୍ଦୁଝର ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ, ଡୁମୁରିଆ ପଞ୍ଚାୟତରେ ଚାଲିଥିବା ଏକ ଉନ୍ନୟନ କାମର ତଦାରଖ କରି ବାଇକ୍ ଯୋଗେ ଫେରୁଥିବା ଇଂ ପ୍ରତାପ ବେହାରୀଙ୍କ ବାଇକକୁ ତଣ୍ଡ ଗ୍ରାମର ଜଣେ ନିଶାସକ୍ତ ବାଇକ୍ ଚାଳକ ଧକ୍କା ଦେବାରୁ ବଡ ନୂଆଗାଁ ମନ୍ଦିର ଛକରେ ସେ ଦୁର୍ଘଟଣାର ଶିକାର ହୋଇ ଗୁରୁତର ହୋଇଛନ୍ତି । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି ।