ଇଜିପ୍ଟ୍‌ରେ ବସ୍‌ ଦୁର୍ଘଟଣା; ୩ ଭାରତୀୟ ପର୍ଯ୍ୟଟକ ମୃତ

କାଇରୋ : ଇଜିପ୍ଟର ସୁଏଜ ସହରରେ ଏକ ସଡକ ଦୁର୍ଘଟଣାରେ ୩ଜଣ ଭାରତୀୟ ପ୍ରାଣ ହରାଇବା ସହ ୧୩ଜଣ ଆହତ ହୋଇଛନ୍ତି। ରବିବାର ଏଠାକାର ଭାରତୀୟ ଦୂତାବାସ ସୂଚନା ଅନୁଯାୟୀ ଭାରତୀୟ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ବସ୍‌ ଏକ ଟ୍ରକ୍ ସହିତ ଧକ୍କା ହୋଇଥିଲା। ଶନିବାର ବସ୍‌ ଦୁଇଟି ହୁରଘାଡା ସହରସ୍ଥିତ ଏକ ରିସର୍ଟକୁ ଯାଉଥିବାବେଳେ କାଇରୋ ଠାରୁ ୧୨୦ କିମି ଦୂର ଆଇନ ସୋଖନା ନିକଟରେ ଏକ ଟ୍ରକ ସହିତ ଧକ୍କା ହୋଇଥିଲା। ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଓ ଆହତ ନେଇ ଭାରତୀୟ ଦୂତାବାସ ଦୁଃଖ ପ୍ରକାଶ କରିବା ସହିତ ସେମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେଇଛି। ଦୂତାବାସ କର୍ମଚାରୀ ହସ୍ପିଟାଲରେ ପହଞ୍ଚି ଆହତଙ୍କ ଚିକିତ୍ସା ବ୍ୟବସ୍ଥା କରାଇଛନ୍ତି। ଦୂତାବାସ କହିଛି ଯେ ଦୁର୍ଘଟଣାଗ୍ରସ୍ତ ବସ୍‌ରେ ୧୬ଜଣ ଭାରତୀୟ ପର୍ଯ୍ୟଟକ ଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହି ଦୁର୍ଘଟଣାରେ ୨ଜଣ ମାଲେସିଆ ଓ ୩ଜଣ ଇଜିପ୍ଟ ନାଗରିକ ପ୍ରାଣ ହରାଇବା ସହ ୨୦ଜଣ ଆହତ ହୋଇଛନ୍ତି।

Comments are closed.