ସଡ଼କ ଦୁର୍ଘଟଣାରେ ୧୫ଗୁରୁତର

ସୋର : ବାଲେଶ୍ବର ଜିଲା ଖନ୍ତାପଡା ଏନଏଚ୍-୧୬ର ଶେରଗଡ଼ ନିକଟରେ ଶୁକ୍ରବାର ସଡ଼କ ଦୁର୍ଘଟଣାରେ ୧୫ରୁ ଊର୍ଦ୍ଧ୍ବ ଲୋକ ଗୁରୁତର ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ, କୋଲକାତାରୁ ଭୁବନେଶ୍ବର ଯାଉଥିବା “ନୀଳମାଧବ” ନାମକ ଏକ ଘରୋଇ ବସକୁ ବାଲେଶ୍ବରରୁ ଭୁବନେଶ୍ବର ଯାଉଥିବା “ସାଳନ୍ଦୀ” ନାମକ ଘରୋଇ ବସ୍ ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୧୫ରୁ ଊର୍ଦ୍ଧ୍ବ ଲୋକ ଗୁରୁତର ହୋଇଥିଲେ। ଗୁରୁତରମାନଙ୍କୁ ବାଲେଶ୍ବର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

Comments are closed.