ସଡ଼କ ଦୁର୍ଘଟଣାରେ ୩ମୃତ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା କେସିଙ୍ଗା ୨୬ନଂ ଜାତୀୟ ରାଜପଥର ରାଇସିଙ୍ଗିପୁର ନିକଟରେ ଗତକାଲି ରାତ୍ରି ୧୦ଟା ସମୟରେ ଏକ ସଡ଼କ ଦୁର୍ଘଟଣାରେ ୩ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନା ମୁତାବକ, ୨୬ନଂ ଜାତୀୟ ରାଜପଥର ରାଇସିଙ୍ଗିପୁର ରାସ୍ତା ପାଖରେ ଓଆର 0୮ସି ୬୫୨୫ ନଂ ଏକ ଟ୍ରକ ଠିଆ ହୋଇଥିଲାବେଳେ ପଛପଟୁ ଏକ ସ୍କୁଟି ନଂ(ଓଡି 0୮ ଏଫ୍ ୭୨୭୭) ଆସି ଟ୍ରକ ସହ ଧକ୍କା ହୋଇଥିଲା। ଫଳରେ ଘଟଣା ସ୍ଥଳରେ ସ୍କୁଟି ଚାଳକ ଓ ସ୍କୁଟିରେ ବସିଥିବା ଭବାନୀପାଟଣା ଚୁଡିହାରୀପଡାର ରାହୁଲ ସାହୁ(୨୦) ଏବଂ ସୁରେନ୍ଦ୍ର ଗହିର (୨୮)ଙ୍କର ମୃତ୍ୟୁ ଘଟିଥିଲା।

Comments are closed.