ରେଙ୍ଗାଲିରେ ସଡକ ଦୁର୍ଘଟଣା ; ୧ ମୃତ, ୨ ଆହତ

0

ରେଙ୍ଗାଲି : ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା କନକତୋରା କେଲୋ ବ୍ରିଜ ନିକଟରେ ଏକ ଅଜଣା ଟ୍ରକ ବାଇକକୁ ଧକ୍କା ଦେବାରୁ ବାଇକ ଆରହୀ ରାମ ଭଜନ ମୁଖିଆଙ୍କ ମୃତ୍ୟୁ ଘଟିଛି। ରାମ ଭଜନ ବିହାର ରାଜ୍ୟ ମଧୁବାଣୀ ଜିଲ୍ଲାର ମାଧେପୁର ପୋଲିସ ଷ୍ଟେସନ ଅଞ୍ଚଳର ବୋଲି ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି। ରାମ ଭଜନ ନିଜର ଆଉ ଦୁଇ ଜଣ ସାଙ୍ଗ ସହ ବାଇକରେ ଯାଉଥିଲେ। ସେତେ ବେଳେ କନକତୋରା କେଲୋ ବ୍ରିଜ ନିକଟରେ ଏକ ଅଜଣା ଟ୍ରକ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ତାଙ୍କର ଦୁଇଜଣ ସାଙ୍ଗ ସାମାନ୍ୟ ଆହତ ହୋଇଥିବା ବେଳେ ରାମ ଭଜନଙ୍କ ଉପରକୁ ଟ୍ରକଟି ଚଢ଼ି ଯାଇଥିଲା।

Leave A Reply