ଭାରସାମ୍ୟ ହରାଇ ଓଲଟିଲା ଚକୋଲେଟ ଗାଡି, ଅଳ୍ପକେ ବର୍ତ୍ତିଲେ ରାସ୍ତାରେ ଥିବା ଲୋକେ

ରେଙ୍ଗାଲିକ୍ୟାମ୍ପ : ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଲାଦେର ପାଲି ଛକ ନିକଟରେ ୫୩ନଂ ଜାତୀୟ ରାଜପଥରେ ଏକ ଚକୋଲେଟ ବୋଝେଇ ଗାଡି ଓଲଟି ପଡିଛି। ଆଜି ଭୋରରୁ ଦ୍ରୁତ ଗତିରେ ରାୟପୁର ରୁ ରାଉରକେଲା ଅଭିମୁଖେ ଯାଉଥିବା ବରଗଡ଼- ସମ୍ବଲପୁର ୱେ ରେ ସର୍ଭିସ ରୋଡ଼ ପଟ ଡିଭାଡ଼ରରେ ବାଡେଇ ହୋଇ ଭାରସାମ୍ୟ ହରାଇ ରାଜରାସ୍ତା ଉପରେ ଓଲଟି ପଡିଥିଲା। ସେହି ରାସ୍ତାରେ ଦେଇ ଯିବା ଆସିବା ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ରାଜରାସ୍ତା ଉପରେ ଏଭଳି ବେପରୁଆ ଭାବେ ଗାଡି ଚଳାଇ ଲୋକଙ୍କ ଜୀବନକୁ ଭୟାତୁର କରୁଛନ୍ତି। ଏହି ଗାଡ଼ିରେ ଡ୍ରାଇଭର,ହେଲ୍ପର ସହ ଆଉ ଜଣେ ବ୍ୟକ୍ତି ରହିଥିବାବେଳେ ସେମାନଙ୍କ ମଧ୍ୟରୁ ଜଣେ ସାମାନ୍ୟ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଭିଛନ୍ତି। ତେବେ ବେପରୁଆ ଗାଡି ଚାଳନା କୁ ତୁରନ୍ତ ପ୍ରଶାସନ ଦୃଷ୍ଟି ଦେଇ ଦୃଢ଼ ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି ।

Comments are closed.