ଅଜଣା ଗାଡି ଧକ୍କାରେ ଜଣେ ମୃତ, ଜଣେ ଆହତ

ରସୁଲପୁର ବ୍ଲକ ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ ବିଜୁନଗରଠାରେ ଏକ ଅଜଣା ଗାଡି ଧକ୍କାରେ କ୍ଷୀରୋଦ କୁମାର ଓଝା ନାମକ ଜଣେ ବାଇକ ଆରୋହୀର ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଆହତ ହୋଥିବା ଜଣାପଡିଛି। ମୃତ ଯୁବକର ଘର ଯାଜପୁର ରୋଡ଼ ଥାନା ସନ୍ତରା ଅଞ୍ଚଳରେ ବୋଲି ଜଣାପଡିଛି। ସେ କଟକରୁ ଘରକୁ ଫେରୁଥିବା ବାଟରେ ରାତି ୯ଟା ୪୦ମିନିଟ ସମୟରେ ଏକ ଗାଡି ପଛରୁ ଧକାଦେଇ ପଳାଇ ଯାଇଥିଲା। କୁଆଖିଆ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗସ୍ତ ବାଇକକୁ ଜବତ କରିବା ସହ ଯୁବକକୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାୟକୁ ପଠାଇ ତଦନ୍ତ ଜାରି ରଖିଛି।

Comments
Loading...