ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

ଯାଜପୁର : ଚଣ୍ଡିଖୋଲ-ପାରାଦୀପ ୫୩ନଂ ଜାତୀୟ ରାଜପଥର ପଟ୍ଟାମୁଣ୍ଡାଇ କେନାଲ ପୋଲ ଖାଲରେ ପଡ଼ି ଜଣେ ବାଇକ୍ ଆରୋହୀ ମୃତ୍ୟୁ ବରଣ କରିଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି ।

ସୂଚନା ଅନୁସାରେ, ଏକ ବାଇକ୍ ଯୋଗେ ପଟ୍ଟାମୁଣ୍ଡାଇ ଅଞ୍ଚଳର ଜଣେ ଯୁବକ ଓ ଧର୍ମଶାଳା ଥାନା କଣ୍ଟିଗଡ଼ିଆ ଅଞ୍ଚଳର ଜଣେ ଯୁବକ ଜାତୀୟ ରାଜପଥରେ ଯାଉଥିବାବେଳେ କେନାଲ ପୋଲରେ ହୋଇଥିବା ବଡ଼ ବଡ଼ ଖାଲରେ ଭାରସାମ୍ୟ ହରାଇ ଛିଟିକି ପଡ଼ିଥିଲେ । ପଟ୍ଟାମୁଣ୍ଡାଇ ଅଞ୍ଚଳର ଯୁବକଙ୍କ ମୃତ୍ୟୁ ଘଟିଥିବାବେଳେ କଣ୍ଟିଗଡ଼ିଆ ଅଞ୍ଚଳର ଯୁବକ ଗୁରୁତର ହୋଇଥିଲେ । ଖବର ପାଇ ବାଲିଚନ୍ଦ୍ରପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।

Comments are closed.