ଅଟୋ ଓଲଟି ୫ ଗୁରୁତର; ଚାଳକ ଫେରାର

କେଶଦୁରାପାଳ : ଅଟେ। ଓଲଟି ୫ ଜଣ ଗୁରୁତର ହୋଇଛନ୍ତି । ଗୁରୁତରମାନଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ସୁଚନା ରୁ ପ୍ରକାଶ, ମହୁଲ ତିହା ଥାନା ଅନ୍ତର୍ଗତ ଜାମୁନଣ୍ଡା ଗାଁରୁ ମରାସରୀ ସେ।ରୋନ (୩୦) ବାଜୁରାମ ଚାତାର (୬୦) ଜମୁନା ସୋରେନ (୨୫) ଜାମ୍ବି ସାମାଟ (୨ଠ ) ପିଙ୍କି ପୁର୍ତ୍ତି (୨୫) ଦୁର୍ଯ୍ୟୋଧନ ପୂର୍ତ୍ତି (୭୩) ଓ ପରିବାର ଲୋକ ବର ଦେଖିବା ପାଇଁ ବସନ୍ତିଆ ତାଳବ।ଙ୍କ ଗ୍ରାମକୁ ଅଟୋ ଯୋଗେ ଯାଇଥିବାବେଳେ ଅସାବଧାନତାରୁ  ହଠାତ୍ ସାତକୋସିଆ ଘାଟି ନିକଟ ଟନିଙ୍ଗରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ।ଫଳରେ ଅଟୋରେ ଥିବା ଯାତ୍ରୀ ଗୁରୁତର ହୋଇ ଥିଲେ। ସ୍ଥାନୀୟ ଲୋକମାନେ ଆହତମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଅନ୍ୟ ପରିବାର ଲୋକମାନେ ସୁସ୍ଥ ଥିବା ବେଳେ ଅଟୋ ଚାଳକ ଫେରାର ଥିବା ଜଣାପଡ଼ିଛି ।

Comments are closed.