ତାମିଲନାଡୁରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୪ମୃତ, ୧୧ଆହତ

ଚେନ୍ନଇ : ତାମିଲନାଡୁର ଏରୋଡ ଜିଲ୍ଲା ମାନିଆଚିପାଲାମରେ ରବିବାର ଏକ ଭ୍ୟାନ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବାଦ୍ବାରା ଚାରି ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଏଥିସହ ୧୧ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଡ୍ରାଇଭର ମଧ୍ୟ ଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ଭ୍ୟାନରେ ୧୫ ଜଣ ଶ୍ରମିକ ଥିଲେ ଏବଂ ଏହା ଥମ୍ବେରଡି ଗାଁରୁ ଆନ୍ଥିୟୁର ଯାଉଥିଲା । ରାସ୍ତାରେ କିଛି ତ୍ରୁଟି ଥିବାରୁ ଭ୍ୟାନଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Comments are closed.