ସଡକ ଦୁର୍ଘଟଣାରେ ଜଣେ ମୃତ ୩ ଗୁରୁତର

0

ରାୟଗଡା : କାଶୀପୁର ବ୍ଲକ ନକଟିଗୁଡା ମନ୍ଦିର ନିକଟରେ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ଜଣ ଗୁରୁତର ହୋଇଥିବା ଜଣାପଡିଛି। ଖବରଅନୁସାରେ କାଶୀପୁର ବ୍ଲକ ନକଟିଗୁଡା ମନ୍ଦିର ନିକଟରେ ସଂନ୍ଧ୍ୟା ସମୟରେ ଦୁଇ ବାଇକ ମୁହାଁମୁହିଁ ଧକା ହେବାଦ୍ବାରା ଜଣଙ୍କର ମୃତ୍ୟୁ ହେବାସହ ୩ଜଣ ଗୁରୁତର ହୋଇଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ନଳାଚୁହାଁ ଗ୍ରାମର କିଶୋର ମାଝୀ। ଆହାତ ତିନିଜଣଙ୍କୁ ଉଧାରକରି କାଶୀପୁର ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଆହାତ ମାନଙ୍କର ସ୍ବାସ୍ଥ୍ୟ ଅବସ୍ତା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା କରିବାପରେ ସେମାନଙ୍କୁ ୧୦୮ ଆମ୍ବୁଲେନସ ସାହାର୍ଯ୍ୟରେ ରାୟଗଡା ଜିଲା ଚିକିତ୍ସାଳୟକୁ ସ୍ତାନାନ୍ତର କରାଯାଇଥିବା ଡାକ୍ତର ପ୍ରକାସ କରିଛନ୍ତି। ଆହାତ ମାନେ ହେଲେ କାଶୀପୁରର ସୁନିଲ ମାଝୀ, ରୋହିତ ନାଏକ ଏବଂ ମାଣ୍ଡିବିଶୀ ଗ୍ରାମର ବିକାସ ଗୈାଡ। ଏନେଇ ମେଡିକାଲ ପରିସରରେ ପରିବାରଲୋକଙ୍କ ମଧ୍ୟରେ ଉତେଜନା ପ୍ରକାସ ପାଇଥିଲା।

Comments
Loading...