ଦୃତଗତି ନେଲା ଜୀବନ; ପଥରରେ ପିଟି ହୋଇ ବାଇକ୍ ଆରୋହୀଙ୍କ ମୃତ୍ୟୁ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ପୁଟୁଳିଆ ନିକଟରେ ଶୁକ୍ରବାର ପଥର ଉପରେ ପିଟି ହୋଇ ଜଣେ ଯୁବକଙ୍କ ଶୋଚନୀୟ ମୃତ୍ୟୁ ହୋଇଛି । ଆଜି ସକାଳେ କାମେଶ୍ବରପୁର ଗ୍ରାମର ଶମ୍ଭୁନାଥ ମୁଣ୍ଡାଙ୍କ ପୁଅ ବିପିନ୍ ମୁଣ୍ଡା(୨୧) ଏକ ପଲସର୍ ବାଇକ୍ ଯୋଗେ ଦୃତ ଗତିରେ ପାଟଣା ଅଭିମ୍ମୁଖେ ଆସୁଥିବା ସମୟରେ ପୁଟୁଳିଆ ନିକଟରେ ବାଇକ୍‌ଟି ଭାରସାମ୍ୟ ହରାଇ ଏକ ପଥର ଉପରେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ଥ ହୋଇଥିଲା । ଖବର ପାଇ ପାଟଣା ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ସଙ୍କଟାପନ୍ନ ଅବସ୍ଥାରେ ବାଇକ୍ ଆରୋହୀକୁ ଉଦ୍ଧାର କରି ପାଟଣା ମେଡିକାଲରେ ଭର୍ତ୍ତି କରିଥିବାବେଳେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ପାଟଣା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଛି।

Comments are closed.