ଅଜଣା ଗାଡ଼ି ଧକ୍କାରେ ବାଇକ୍ ଚାଳକ ଗୁରୁତର

ବରପାଲି : ବରପାଲି ବ୍ଲକ କୁଶନପୁରୀ ଜାତିୟ ରାଜପଥରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍ ଚାଳକ ଗୁରୁତର ହୋଇଛନ୍ତି। ଦୁର୍ଘଟଣାର କାରଣ ଓ ଗୁରୁତର ବାଇକ ଚାଳକଙ୍କ ପରିଚୟ କିମ୍ବା ଧକ୍କା ଦେଇଥିବା ଗାଡ଼ିର ପତ୍ତା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ।

ସୂଚନା ଅନୁଯାୟୀ, ଗତ ଶୁକ୍ରବାର ବିଳମ୍ବିତ ରାତ୍ରରେ ଓଡ଼ି୨୩ଏଫ ୮୬୨୦ ନମ୍ବର ବାଇକରେ ଯୁବକ ଜଣକ ସମ୍ବଲପୁର ପଟକୁ ଯାଉଥିଲା। ସ୍ଥାନିୟ ବାଗବାଡ଼ୀ ଛକରେ କୌଣଷି ଗାଡ଼ି ଧକ୍କାରେ ରାଜପଥ ତଳକୁ ବାଇକ୍ ସହ ଖସିପଡ଼ି ଶଜ୍ଞାହିନ ଅବସ୍ଥାରେ ଶନିବାର ପୁର୍ବହ୍ନ ପର୍ଯ୍ୟନ୍ତ ପଡ଼ିରହିଥିଲେ। ସ୍ତାନୀୟ ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ବରପାଲି ଓ ପରେ ବୁର୍ଲାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଥିଲା। ଯୁବକର ମୁଣ୍ଡରେ ଗଭିର ମାଡ଼ ହୋଇଥିବା ଦେଖାଯାଇଥିଲା। ଖବରପାଇ ପୁଲିସ ଘଟଣା ସ୍ଥଳରୁ ବାଇକକୁ ଜବତ କରିବା ସହ ଥାନରେ ଅଟକ ରଖି ଘଟଣାର ଅନୁସନ୍ଧାନ ଜାରି ରଖିଛି।

Comments are closed.