ଟ୍ରଲର ଧକ୍କାରେ ଯୁବକଙ୍କ ଶୋଚନୀୟ ମୃତ୍ୟୁ

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିରୀ ବଜାର ନିକଟରେ ଆଜି ଅପରାହ୍ନରେ ଟ୍ରଲର ଧକ୍କାରେ ଜଣେ ଯୁବକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ମୃତ ଯୁବକ ଖିରେଇଟାଙ୍ଗିରୀ ପଞ୍ଚାୟତ ନୂଆଗାଁ ଗ୍ରାମର ଗୋପୀନାଥ ନାଏକ(୩୨) ବୋଲି ଜଣାପଡିଛି। ତୁରୁମୁଙ୍ଗାରୁ କେନ୍ଦୁଝର ଅଭିମୁଖେ ଯାଉଥିବା ଏକ ଟ୍ରଲର ଖିରେଇଟାଙ୍ଗିରୀ ବଜାର ନିକଟରେ ରାସ୍ତା ପାରି ହେଉଥିବା ସମୟରେ ଗୋପୀନାଥଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି କେନ୍ଦୁଝର ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଦୁର୍ଘଟଣା ଘଟାଇ ଟ୍ରଲରଟି ଫେରାର ହୋଇଯାଉଥିବାବେଳେ ବେଲଦା ନିକଟରେ ପୁଲିସ ଟ୍ରଲରଟିକୁ ଜବତ କରି ତୁରୁମୁଙ୍ଗା ଥାନାକୁ ନେଇଥିବା ସୂଚନା ମିଳିଛି।

Comments are closed.