ସଡ଼କ ଦୁର୍ଘଟଣାରେ ୪ଗୁରୁତର

ଘଷିପୁରା : କେନ୍ଦୁଝର ଜିଲା ଘଷିପୁରା ଥାନା ଗୋହିରା ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୪ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ଦେବଗଡରୁ ବାଲେଶ୍ୱର ଅଭିମୁଖେ ଗୋଟିଏ ପରିବାରର ବାପା, ମାଆ, ପୁଅ, ଝିଅ ଯିବା ସମୟରେ ରିଲାଏନ୍ସ ପେଟ୍ରୋଲ ପମ୍ପରୁ ବାହାରୁଥିବା ଏକ ଟ୍ରକ୍ ତାଙ୍କ କାରକୁ ଧକ୍କା ଦେଇଥିଲା ଫଳରେ କାରଟି ସମ୍ପୂର୍ଣ୍ଣ ରୁପେ ଓଲଟି ପଡିଥିଲା। ଖବର ପାଇ ଘଷିପୁରା ଦମକଳ ବାହିନୀ ସେଠାରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଡ଼ାକ୍ତରଖାନାକୁ ଆଣିବା ପରେ ଗୁରୁତର ଅବସ୍ଥାରେ ସେମାନଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

Comments are closed.