କାର-ବୋଲେରୋ ମୁହାଁମୁହିଁ ଧକ୍କା, ଅଳ୍ପକେ ବର୍ତ୍ତିଲେ ୬ ଜଣ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗିର ୫୭ନଂ ଯାତୀୟ ରାଜପଥ କରଡାକୋଠା ନିକଟରେ ଶୁକ୍ରବାର ସକାଳୁ ଏକ କାର ଓ ବୋଲେରୋ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଥିଲା। ଏଥିରେ ବସିଥିବା ୬ଜଣ ଯାତ୍ରୀ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ।

ସୂଚନା ଅନୁଯାୟୀ, ଆଜି ସକାଳ ୬ଟା ସମୟରେ ଏକ କାର ଭୁବନେନଶ୍ୱରରୁ ବଲାଙ୍ଗିର ଯାଉଥିବା ସମୟରେ କରଡାକୋଠା ନିକଟରେ ଚାରିଛକ ପଟୁ ଭୁବନେଶ୍ୱର ଯାଉଥିବା ପୁରୁଣାକଟକ ଥାନା କରଞ୍ଜକଟା ଅଂଚଳର ଏକ ବୋଲେରୋ ସହ ମୁହାଁମୁହିଁ ଧକ୍କା ହୋଇଥିଲା।ଏଥିରେ ଚାଳକଙ୍କ ସହ ବସିଥିବା ଯାତ୍ରୀ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ।

Comments are closed.