ଅଜଣା ଗାଡି ଧକ୍କାରେ ଯୁବକ ଗୁରୁତର 

ରେଙ୍ଗାଲି : ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥର ପଣ୍ଡଲୋଇଠାରେ ଆଜି ସନ୍ଧ୍ୟାରେ ଏକ ଅଜଣା ଗାଡି ଧକ୍କାରେ ଅମିତ କାଲୋ (୨୦)  ନାମକ ଯୁବକ ଗୁରୁତର ହୋଇଛନ୍ତି। ତାଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି  ରେଙ୍ଗାଲି ପୁଲିସ ପିସିଆର୍ ଭ୍ୟାନରେ ବୁର୍ଲା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯଇଥିବାର ପ୍ରକାଶ।
ପଣ୍ଡଲୋଇ ଗ୍ରାମର ବାସିନ୍ଦା ଅମିତ ରେଙ୍ଗାଲିରୁ ବାଇକରେ ଘରକୁ ଫେରୁଥିବାବେଳେ ପୁଡାପଡା ନିକଟସ୍ଥ ବୁଲାଣିରେ ସମ୍ବଲପୁରରୁ ଝାରସୁଗୁଡା ଅଭିମୁଖେ ଦ୍ରୁତଗତିରେ ଯାଉଥିବା ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ  ଥିଲା। ଫଳରେ ସେ ଗୁରୁତର ହୋଇଥିଲେ।

Comments are closed.