ସଡ଼କ ଦୁର୍ଘଟଣାରେ ୨ ମୃତ

ଫୁଲବାଣୀ,ଦାରିଙ୍ଗବାଡି : ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ କିରିକୁଟି ପଂଚାୟତ ଜାତୀୟ ରାଜପଥ ୫୯ ସ୍ଥିତ ଡେଙ୍ଗିରି ଛକ ନିକଟରେ ଶନିବାର ରାତ୍ରିରେ ଏକ ସ୍କର୍ପିୟୋ ସହ ବାଇକ୍‍ ମୁହାଁମୁହଁ ଧକ୍କା ହେବା ଫଳରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ୨ ଜଣ ହେଲେ ପର୍ତ୍ତମାହା ପଚାଂୟତ ଅନ୍ତର୍ଗତ କ୍ରିଡ଼ମାଲା ଗ୍ରାମର ପ୍ରକାଶ ପ୍ରଧାନ (୩୫) ଓ ମିଲୁ ପ୍ରଧାନ (୪୦)।

ସୂଚନା ଅନୁସାରେ, ୨ ଜଣ ଯୁବକ ବାଇକରେ ଏକ ଘୁସୁରି ଧରି ପଟାଙ୍ଗି ଗ୍ରାମକୁ ଯାଉଥିଲେ। ବିପରିତ ଦିଗରୁ ଆସୁଥିବା ଏକ ସ୍କର୍ପିୟୋ ନମ୍ବର ଓ.ଡ଼ି-୦୨-ଏକେ-୨୨୨୮ ଗାଡ଼ି ଧକ୍କାଦେଇ ଚାଲିଗଲା। ଗାଡ଼ି ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ହିଁ ୨ ଜଣ ପ୍ରାଣ ହରାଇଥିଲେ। ଘଟଣା ବିଷୟରେ ଜାଣିବା ପରେ ଅଞ୍ଚଳବାସୀ ରାସ୍ତାଘାଟ ବନ୍ଦକରି ଦେଇଥିଲେ। ଧକ୍କା ଦେଇଥିବା ଗାଡ଼ିଟି ନୂଆଗାଁ ରାସ୍ତାରେ ଯାଉଥିବା ଯୋଗୁଁ ଏନେଇ ଅଞ୍ଚଳବାସୀ ତୁରନ୍ତ ନୂଆଗାଁ ଥାନାକୁ ଖବର ଦେଇଥିଲେ। ଖବର ପାଇ ଗ୍ରାମବାସୀ ଓ କ.ନୂଆଗାଁ ପୁଲିସ୍‍ ଗୁଜିଂଗାଁଠାରେ ରହି ଗାଡ଼ି ଚାଳକକୁ ଅଟକ ରଖିଥିବା ଜଣାପଡ଼ିଛି।

Comments are closed.