ମଦ୍ୟପାନଜନିତ ଦୁର୍ଘଟଣା; ପ୍ରଥମରେ ଉତ୍ତରପ୍ରଦେଶ, ଦ୍ବିତୀୟରେ ଓଡ଼ିଶା

ନୂଆଦିଲ୍ଲୀ : ମଦ୍ୟପାନ କରି ଗାଡ଼ି ଚାଳନା ଯୋଗୁଁ ଦେଶରେ ପ୍ରତିବର୍ଷ ୧୪ ହଜାରରୁ ଅଧିକ ଦୁର୍ଘଟଣା ଘଟୁଛି। ସରକାର ମଦ୍ୟପାନ କରି ଗାଡ଼ି ଚାଳନା ନ କରିବା ପାଇଁ ବିଭିନ୍ନ ସତର୍କ ସୂଚନା ଜାରି କରିଛନ୍ତି। ଏଥିପାଇଁ ଜୋରିମାନା ଓ ଲାଇସେନ୍ସ ରଦ୍ଦ ଭଳି ମଧ୍ୟ ପଦକ୍ଷେପ ନିଆଯାଉଛି; ମାତ୍ର ଏହା ସତ୍ତ୍ବେ ଗାଡ଼ି ଦୁର୍ଘଟଣା ହ୍ରାସ ପାଉ ନାହିଁ। ଏକ ରିପୋର୍ଟ ଅନୁସାରେ ମଦ୍ୟପାନଜନିତ ଗାଡ଼ି ଦୁର୍ଘଟଣାରେ ଓଡ଼ିଶାର ସ୍ଥାନ ଦେଶରେ ଦ୍ବିତୀୟ। ପ୍ରଥମ ସ୍ଥାନରେ ଉତ୍ତରପ୍ରଦେଶ ଥିବାବେଳେ ତୃତୀୟ ସ୍ଥାନରେ ଆନ୍ଧ୍ରପ୍ରଦେଶ ରହିଛି। ଗତ ୩ ବର୍ଷର ପରିସଂଖ୍ୟାନ ଦେଖିଲେ ଉତ୍ତରପ୍ରଦେଶରେ ଗତ ୩ ବର୍ଷରେ ଏହି ସଂଖ୍ୟା ୩୦୦୦ ଅତିକ୍ରମ କରିଛି। ୨୦୧୯ରେ ଏହି ସଂଖ୍ୟା ୪୫୦୦ରେ ପହଞ୍ଚିଯାଇଛି। କେବଳ ୟୁପିରେ ଗତ ୩ ବର୍ଷ ମଧ୍ୟରେ ଏହି ଧରଣର ୧୧.୫ ହଜାର ଅଧିକ ଦୁର୍ଘଟଣା ଘଟିଛି। ଅନ୍ୟପକ୍ଷରେ ଯଦି ଓଡ଼ିଶାର କଥା କୁହାଯାଏ ତେବେ ଗତ ୩ ବର୍ଷରେ ଓଡ଼ିଶାରେ ମଦ୍ୟପାନଜନିତ ଦୁର୍ଘଟଣା ସଂଖ୍ୟା ୪ ହଜାରରୁ ଅଧିକ। ସେହିିପରି ଆନ୍ଧ୍ରପ୍ରଦେଶରେ ଏହି ସଂଖ୍ୟା ୨୫ଶହରୁ ଅଧିକ ରହିଛି। ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଦିଲ୍ଲୀ ଓ ମୁମ୍ବଇପରି ମେଟ୍ରୋ ସହରରେ ମଦ୍ୟପାନଜନିତ ଦୁର୍ଘଟଣା ସଂଖ୍ୟା ଯଥେଷ୍ଟ କମ୍। ଦିଲ୍ଲୀରେ ଗତ ୩ ବର୍ଷ ମଧ୍ୟରେ ମଦ୍ୟପାନଜନିତ ଦୁର୍ଘଟଣା ସଂଖ୍ୟା ୬୭୫ ହୋଇଥିବାବେଳେ ମହାରାଷ୍ଟ୍ରରେ ଏହି ସଂଖ୍ୟା ୧୩୫୦ ବୋଲି ଜଣାପଡ଼ିଛି।

Comments are closed.