ଦୁଇ ବାଇକ୍ ମଧ୍ୟରେ ଧକ୍କା, ଜଣେ ଗୁରୁତର

ପାଟଣା : ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ତୋରାଣିପୋଖରୀ-ମଥୁରାପଶି ଚାରିଛକ ରାସ୍ତାରେ ଦୁଇ  ବାଇକ ମଧ୍ୟରେ ଧକ୍କା ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି ।
ସୂଚନା ଅନୁଯାୟୀ, ତୋରାଣି ପୋଖରୀ ଗ୍ରାମରୁ ଜଣେ ଯୁବକ ଜଣେ ମହିଳାଙ୍କୁ ନେଇ ବାଇକ୍‌ରେ ସମ୍ପର୍କୀୟ ଘରକୁ ଯାଉଥିବା ସମୟରେ ପିପିଳିଆ ପଟୁ ଦ୍ରୁତତଗତିରେ ଆସୁଥିବା ଆଉ ଏକ ବାଇକ୍ ସହ ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ବାଇକ ଆରୋହୀ ଓ ମହିଳା ଜଣଙ୍କ ଗୁରୁତର ହୋଇଛନ୍ତି। ଗୁରୁତର ମହିଳା ଜଣକ ପାଟଣା ନିକଟସ୍ଥ କୁଣ୍ଡଳା ଗ୍ରାମର ବୋଲି ଜଣାପଡିଛି । ତେବେ ଦ୍ରୁତ ଗତିରେ ଆସି ଧକ୍କା ଦେଇଥିବା ବାଇକଟି ଘଟଣା ସ୍ଥଳରୁ ଚମ୍ପଟ ମାରିଛି । ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Comments are closed.