ସୁରତ ଯାଉଥିବା ଶ୍ରମିକଙ୍କ ଗାଡ଼ି ଦୁର୍ଘଟଣା, ୭ ମୃତ, ୨୦ ଆହତ

ଜୀବିକା ସନ୍ଧାନରେ ଯିବାବେଳେ ଚାଲିଗଲା ଜୀବନ

ଛତିଶଗଡ଼ : ଛତିଶଗଡ଼ ରାଇପୁରର ଚେରି ଖେଡି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୭ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୭ଜଣ ଆହତ ହୋଇଛନ୍ତି। ଗଞ୍ଜାମରୁ ଶ୍ରମିକଙ୍କୁ ନେଇ ଗୁଜରାଟର ସୁରତ ଯାଉଥିବା ଏକ ବସ୍‌ ଛତିଶଗଡ଼ ରାଜଧାନୀ ରାୟପୁର ଉପକଣ୍ଠ ଚେରିଖେଡି ନିକଟରେ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଆଜି ଭୋର ସମୟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। ତେଲିବାନ୍ଧା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତାହତ ଓ ଆହତଙ୍କୁ ଉଦ୍ଧାର କରି ରାୟପୁର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଇଛି ।

 

Comments are closed.