ସଡ଼କ ଦୁର୍ଘଟଣାରେ ମହିଳା ମୃତ

ବଲାଙ୍ଗୀର : ବଲାଙ୍ଗୀର ଜିଲା କଚେରି ଛକ ନିକଟରେ ଶନିବାର ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଟ୍ରକ୍ ମାଡି ଯିବା ଫଳରେ ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମହିଳା ଜଣଙ୍କ କଚେରି ଛକ ଚନ୍ଦନ ଭାଟି ଗ୍ରାମର ସଉକି ସାହୁଙ୍କ ପତ୍ନୀ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକକୁ ସିଜ୍ କରିବା ସହ ଚାଳକ ଓ ହେଲପରକୁ ଗିରଫ କରିଛି।

Comments are closed.