ସଡ଼କ ଦୁର୍ଘଟଣାରେ ଜଣେ ଗୁରୁତର

କଲମପୁର : କଳାହାଣ୍ଡି ଜିଲା କଲମପୁର ଥୁଆମମୁଳ ରାମପୁର ମୁଖ୍ୟ ରାସ୍ତାର ଗୁମାବାହାଲ ଛକ ନିକଟରେ ଏକ ବୋଲେରୋ ସହିତ ବାଇକ୍ ମୂହାଁ ମୁହିଁ ଧକ୍କା ହେବା ଫଳେରେ ବାଇକ୍ ଆରୋହୀ ରାସ୍ତା କଡରେ ଛିଟିକି ପଡି ଗୁରୁତର ହୋଇଥିବା ଜଣାପଡିଛି।
ସୂଚନା ଅନୁସାରେ, ପାତ୍ରବସାରେ ଦୁଲ୍ଲଭ ପ୍ରଧାନୀ ଏକ ବାଇକ୍ ଯୋଗେ କଲମପୁରକୁ କୌଣସି କାମରେ ଆସି ଫେରୁଥିବା ବେଳେ ବିପରିତ ଦିଗରୁ ଆସୁଥିବା ଏକ ବୋଲେରୋ ସହିତ ମୁହାଁ ମୁହିଁ ଧକ୍କା ହେଇଥିଲା। ଫଳରେ ବାଇକ୍ ଚାଳକ ଦୁଲ୍ଲଭ ଛିଟିକି ପଡି ଅଚେତ ହୋଇ ପଡିଥିଲେ। ଏହି ଦୁର୍ଘଟଣା ପରେ ବୋଲେରୋ ଚାଳକ ଗାଡି ଛାଡି ଫେରାର ହେଇଯାଇଥିଲେ। ତୁରନ୍ତ କିଛି ଲୋକ ୧୦୮ ଆମ୍ବୁଲାନ୍ସକୁ ସୂଚନା ଦେବା ପରେ ଆମ୍ବୁଲାନ୍ସ ପହଞ୍ଚି ଗୁରୁତର ଅବସ୍ଥାରେ କଲମପୁର ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରୁ ପ୍ରାଥମିକ ଚିକିତ୍ସା କରାଇବା ପରେ ଅଧିକ ଚିକିତ୍ସା ପାଇଁ ଭବାନିପାଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଦୁର୍ଘଟଣା ସମ୍ବନ୍ଧରେ ସୂଚନା ପାଇବା ପରେ ଉଭୟ ଗାଡିକୁ ପୁଲିସ ଜବତ କରି ଫାଣ୍ଡି କାର୍ୟ୍ୟାଳୟରେ ରଖାଯାଇଛି। ଏହି ଦୁର୍ଘଟଣା ସମ୍ବନ୍ଧରେ ଉଭୟ ପକ୍ଷରୁ ଅଦ୍ୟାବଧି କୌଣସି ଅଭିଯୋଗ ହେଇନଥିବା ସୂଚନା ଦେଇଛନ୍ତି ଫାଣ୍ଡି ଅଧିକାରୀ ମନୋରଞ୍ଜନ ଆଚାର୍ୟ୍ୟ।

Comments are closed.