ବାଇକ ଦୁର୍ଘଟଣାରେ ୨ ଗୁରୁତର

ପାଟଣା : କରଂଜିଆ ସନ୍ନିକଟ ମଣ୍ଡୁଆରୁ ଢେଙ୍କିକୋଟ ଆଡକୁ ଯାଉଥିବା ଏକ ବାଇକ ବୁଧବାର ମଲ୍ଲିପଶି ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ ସୁରକ୍ଷା କଂକ୍ରିଟ ଖୁଂଟିରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ବାଇକ୍ ଚାଳକ କରଂଜିଆ ମଣ୍ଡୁଆର ସେକ ଜାକିର ଓ ଆଉ ଜଣେ ମହିଳା ଗୁରୁତର ହୋଇଛନ୍ତି । ପାଟଣା ଅଗ୍ନିଶମ ବିଭାଗ ଘଟଣା ସ୍ଥଳରୁ ଦୁଇ ଗୁରୁତରଙ୍କୁ ଉଦ୍ଧାର କରି ପାଟଣା ମେଡିକାଲକୁ ନେଇଥିବାବେଳେ ମହିଳା ଜଣଙ୍କୁ କେନ୍ଦୁଝର ରେଫର କରାଯାଇଛି।

Comments are closed.