ସଡ଼କ ଦୁର୍ଘଟଣାରେ ୩ ଗୁରୁତର

ସୁଆଣ୍ଡୋ : ଲକ୍ ଡାଉନ୍ କଟକଣାକୁ ଫୁ‘ କରି ତିନିଜଣ ଗୋଟିଏ ବାଇକରେ ବସି ଦ୍ରୁତ ଗତିରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି । ପୁରୀ – ଭୁବନେଶ୍ବର ୩୧୬ ନମ୍ବର ଜାତୀୟ ରାଜପଥରେ ସେମାନେ ଭୁବନେଶ୍ବର ଆଡକୁ ଆସୁଥିଲା ବେଳେ ଦୁର୍ଘଟଣାଗ୍ରସ୍ଥ ହୋଇଥିବା ଜଣାପଡ଼ିଛି।
ଘଟଣାରୁ ପ୍ରକାଶ, ପୁରୀ ସିଦ୍ଧମହାବୀର ଅଞ୍ଚଳର ରବୀ ପ୍ରଧାନ(୨୫), ଦିଲୁ ପ୍ରଧାନ(୨୩) ଓ କାଜଲ ଦାଶ ଏକ ବାଇକରେ ବସି ଆସୁଥିଲେ । ସମ ଯାଜପୁର ଓଭରବ୍ରିଜ ନିକଟରେ ଗୋଟିଏ ଡମ୍ପରକୁ ଓଭର ଟେକ କରିବା ବେଳେ ବାଇକ ଚାଳକ ଭାରସାମ୍ୟ ହରେଇବା ହେତୁ ବାଇକଟି ଦୁର୍ଘଟଣାର ସମ୍ମୁଖୀନ ହୋଇ ଆରୋହୀମାନେ ଛିଟିକି ପଡିଥିଲେ । ସ୍ଥାନୀୟ ଲୋକମାନେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସେମାନଙ୍କୁ ନିକଟସ୍ଥ ସାକ୍ଷୀଗୋପାଳ ମେଡିକାଲକୁ ଆଣିଥିଲେ । ଖବରପାଇ ସତ୍ୟବାଦୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରିଥିବାର ଜଣାପଡିଛି ।

Comments are closed.