ଡ଼ମ୍ପର ଧକ୍କାରେ ସାଇକେଲ ଆରୋହୀ ମୃତ : ଟାୟାର ଜାଳି ରାସ୍ତା ଅବରୋଧ କଲେ ଉତ୍ୟକ୍ତ ଲୋକେ

ଜଳେଶ୍ବର : ବାଲେଶ୍ବର ଜିଲା ଜଳେଶ୍ବର ଥାନା ଅନ୍ତର୍ଗତ ଧାନସିମୁଳିଆ ଛକରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ଧାନସିମୁଳିଆ ଗ୍ରାମର ଅଜୟ ଭୂୟା ନାମକ ଜଣେ ବ୍ୟକ୍ତି ସାଇକେଲରେ ଘରକୁ ଫେରୁଥିବା ସମୟରେ ଏକ ବାଲି ବୋଝେଇ ଡମ୍ପର ଦ୍ରୁତ ଗତିରେ ଆସି ଅଜୟଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ଅଜୟଙ୍କ ମୃତ୍ୟୁ ହୋଇଯାଇଥିଲା। ତେବେ ମୃତକଙ୍କୁ କ୍ଷତିପୂରଣ ଦାବି କରି ଉତ୍ୟକ୍ତ ଲୋକେ ଟାୟାର ଜାଳି ଜଳେଶ୍ବର-ଚନ୍ଦନେଶ୍ବର ମୁଖ୍ୟ ରାସ୍ତାର ଧାନସିମୁଳିଆ ନିକଟରେ ଅବରୋଧ କରିଥିଲେ। ଖବର ପାଇ ଜଳେଶ୍ବର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଡ୍ରାଇଭରକୁ ଅଟକ ରଖି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।

Comments are closed.