ବାହୁଡା ଯାତ୍ରା ହେଲା ଶେଷ ଯାତ୍ରା ; ମହାପ୍ରଭୁ ଦର୍ଶନ ସାରି ଫେରୁଥିବା ୨ ଯୁବକଙ୍କ ମୃତ୍ୟୁ

ମାଲକାନଗିରି : ବାହୁଡା ଯାତ୍ରା ହେଲା ଶେଷ ଯାତ୍ରା । ମହାପ୍ରଭୁଙ୍କ ବାହୁଡା ଯାତ୍ରା ଦେଖିବାକୁ ଦୁଇ ଜଣ ଯୁବକ ମହାପ୍ରଭୁଙ୍କ ନିକଟକୁ ବାହୁଡି ଯାଇଥିବା କୁହାଯାଉଛି । ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି ମାଲକାନଗିରି ଜିଲାରେ । ବାହୁଡ଼ା ଯାତ୍ରା ଦେଖି ଗାଁକୁ ଫେରିବା ବେଳେ ଏକ ସଡକ ଦୁର୍ଘଟଣାରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣେ ଯୁବକ ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ମାଲକାନଗିରି ଜିଲାର ତିନି ଜଣ ଯୁବକ ବାହୁଡ଼ା ଯାତ୍ରା ଦେଖିବାକୁ ପାଇଁ ପୁରୀ ଯାଇଥିଲେ । ଶୁକ୍ରବାର ବାହୁଡା ଯାତ୍ରା ଦେଖି ସାରି ଘରକୁ ଫେରିବା ସମୟରେ ଚମ୍ପାଖାରି ନିକଟରେ ସଡକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ସେମାନେ ନିଜ ବାଇକ ଉପରୁ ଭାରସାମ୍ୟ ହରାଇ ୧୦ଫୁଟ ଖାଇ ତଳକୁ ଖସିପଡ଼ିଥିଲେ । ଫଳରେ ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି । ମୃତକଙ୍କ ପରିଚୟ ମିଳିଥିବା ବେଳେ ଆହତଙ୍କ ପରିଚୟ ମିଳିପାରିନାହିଁ ।

Comments are closed.