ସଡ଼କ ଦୁର୍ଘଟଣାରେ ୩ ମୃତ

0

ଅନୁଗୋଳ: ୫୫ ନଂ ଜାତୀୟ ରାଜପଥ ଢେଙ୍କାନାଳ ମୋଟଙ୍ଗା ଥାନା ଅଧୀନ ଏକ ଘରୋଇ କମ୍ପାନୀ ନିକଟ ଛକରେ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ଗୋବିନ୍ଦ ତ୍ରିପାଠୀ, ମୋନାଲିସା ତ୍ରିପାଠୀ ଓ ସ୍ବରୂପ ତ୍ରିପାଠୀ ବୋଲି ଜଣାପଡ଼ିଛି। ସେମାନେ ସପରିବାର ଆଣ୍ଡାମାନକୁ ବୁଲିବାକୁ ଯାଇଥିଲେ। ଗତ କାଲି ଭୁବନେଶ୍ଵରରେ ପହଁଚି ସେଠାରୁ ତାଳଚେର ବଲଣ୍ଡା ସ୍ଥିତ କ୍ଵାର୍ଟର୍ସକୁ ଏକ ଅଲ୍ଟୋ କାରରେ ଫେରୁଥିବା ବେଳେ କାରଟି ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ସମସ୍ତଙ୍କ ମୃତ୍ୟୁ ଘଟିଥିଲା। ଟ୍ରକ ସହିତ ଡ୍ରାଇଭର ଫେରାର ହୋଇଯାଇଛି। ମୋଟଙ୍ଗା ପୁଲିସ ତଦନ୍ତ ଆରମ୍ଭ କରିଛି।

Leave A Reply