ସଡ଼କ ଦୁର୍ଘଟଣାରେ କାର ଚାଳକ ମୃତ

କାଶୀପୁର : ରାୟଗଡା ଜିଲା କାଶୀପୁର ଥାନା ମାରିଭଟା ଗ୍ରାମ ନିକଟରେ ଏକ କାର ଭାରସାମ୍ୟ ହରାଇ ଓଲଟି ପଡିବା ଦ୍ବାରା ଗଡିଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ଚାଳକଙ୍କ ନାମ କୁଜ୍ଜଂ ଖରା। ସୂଚନା ଅନୁସାରେ, କାର(ଓଡି ୧୮ ଡି ୬୭୮୯) ଟିକିରିରୁ ରେଙ୍ଗା ଅଭୀମ୍ମୁଖେ ଆସୁଥିବା ସମୟରେ ଭାରସାମ୍ୟ ହରାଇ ରାସ୍ଥା କଡକୁ ଓଲଟି ପଡିଥିଲା। ଯାହା ଫଳରେ ଘଟଣା ସ୍ଥଳରେ ଚାଳକଙ୍କ ମୃତ୍ୟୁ ହୋଇଥିଲା। ଏନେଇ ଘଟଣା ସ୍ଥଳରେ ଉତେଜନା ପ୍ରକାସ ପାଇଥିଲା। ଖବର ପାଇ କାଶୀପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହିତ ଘଟଣାର ତଦନ୍ତ ଚଲାଇଥିବା ଜଣାପଡ଼ିଛି।

Comments are closed.