ସଡକ ଦୁର୍ଘଟଣାରେ ବାଇକ୍ ଚାଳକ ମୃତ

0

ପିପିଲି : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ଗୁଡିଆପୋଖରୀ ନିକଟରେ ଗୁରୁବାର ସଂନ୍ଧ୍ୟାରେ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇ ବାଇକ ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଏକ ବାଇକ ଆସୁଥିବା ବେଳେ କୌଣସି କାରଣରୁ ଭାରସାମ୍ୟ ହରାଇ ବାଇକ୍‍ଟି ରାସ୍ତା ମଝିରେ ଥିବା କଂକ୍ରିଟ୍‍ ଡିଭାଇଡରରେ ଧକ୍କା ଲାଗିଥିଲା। ଫଳରେ ବାଇକ ଚାଳକ ଜଣକ ଛିଟିକି ଯାଇ ରାସ୍ତା ଉପରେ ପଡିଯାଇଥିଲେ। ଯାହାଦ୍ବାରା ତାଙ୍କ ମୁଣ୍ଡ ସମେତ ଶରୀରର ବିଭିନ୍ନ ସ୍ଥାନରେ ଗୁରୁତର ଆଘାତ ଲାଗି ପ୍ରଚୁର ରକ୍ତସ୍ରାବ ହୋଇଥିଲା। କୌଶଲ୍ୟାଗଙ୍ଗ ଫାଣ୍ଡି ଅଧିକାରୀ ଏସ୍‍ଆଇ ଅଶୋକ କୁମାର ଗୋଚ୍ଛାୟତ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ବାଇକ ଚାଳକଙ୍କୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସପିଟାଲକୁ ପଠାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏପର୍ଯ୍ୟନ୍ତ ମୃତକଙ୍କ ପରିଚୟ ଜଣା ପଡିନଥିବା ବେଳେ ପୁଲିସ ଦୁର୍ଘଟଣାଗ୍ରସ୍ତ ବାଇକକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।

Leave A Reply