ରାସ୍ତା ମରାମତି ଦାବିରେ ରାସ୍ତାରୋକ

0

ଭଦ୍ରକ: ରାସ୍ତା ମରାମତି ଦାବିରେ ରାସ୍ତାରୋକ ଆନ୍ଦୋଳନ କରାଯାଇଛି। ଭଦ୍ରକ ଜିଲା ରାନ୍ଦିଆରେ ଏହି ଆନ୍ଦୋଳନ କରାଯାଇଛି। ଭଦ୍ରକର ବନ୍ତଛକ ଠାରୁ ରାନ୍ଦିଆ ପର୍ଯ୍ୟନ୍ତ ରାସ୍ତା ମରାମତି ଦାବିରେ ଗ୍ରାମବାସୀମାନେ ରାସ୍ତାରୋକ କରିଛନ୍ତି। ବୁଧବାର ସକାଳ ୧୦ଟାରୁ ରାସ୍ତାରୋକ ଆନ୍ଦୋଳନ କରାଯାଇଛି। ରାସ୍ତାରୋକ ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଗାଡିଗୁଡିକ ଅଟକି ରହିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀମାନଙ୍କୁ ବୁଝାସୁଝା କରୁଛି।

Leave A Reply