ରାମକୃଷ୍ଣ ପରମହଂସଙ୍କୁ ସ୍ବାମୀ ବିବେକାନନ୍ଦ ପଚାରିଥିଲେ ଏହି ୧୦ଟି ପ୍ରଶ୍ନ

୧- ସ୍ବାମୀ ବିବେକାନନ୍ଦ: ମୁଁ ସମୟ ବାହାର କରିପାରୁ ନାହିଁ, ଜୀବନରେ କେମେତି ଆଗକୁ ବଢିବି?

    ରାମକୃଷ୍ଣ ପରମହଂସ: ଜୀବନର ଗତିବିଧି ତମର ଧର୍ଯ୍ୟ ପରଖିବାରେ ସାହାଯ୍ୟ କରେ, ଧର୍ଯ୍ୟ ରଖିଲେ ଆଗକୁ ବଢିପାରିବ।

୨- ସ୍ବାମୀ ବିବେକାନନ୍ଦ:  ଆଜିର ଜୀବନ ଏତେ ଜଟିଳ କାହିଁକି ?

     ରାମକୃଷ୍ଣ ପରମହଂସ:  ଜୀବନକୁ ବିଷ୍ଲେଷଣ କରିବା ବନ୍ଦ କର, ବଞ୍ଚିବା ଶିଖ।

୩- ସ୍ବାମୀ ବିବେକାନନ୍ଦ :  ଆମେ ସର୍ବଦା ଦୁଃଖୀ କାହିଁକି ରହୁଛେ ?

     ରାମକୃଷ୍ଣ ପରମହଂସ : ଚିନ୍ତା କରିବା ଆମର ଅଭ୍ୟାସରେ ପରିଣତ ହୋଇଯାଇଛି, ସେଥିପାଇଁ ଆମେ ଖୁସି ରହିପାରୁନେ।

୪- ସ୍ବାମୀ ବିବେକାନନ୍ଦ :  ଭଲ ଲୋକ ସବୁ ବେ​‌ଳେ ଦୁଃଖ କାହିଁକି ପାଇଥାନ୍ତି ?

     ରାମକୃଷ୍ଣ ପରମହଂସ :  ହିରାକୁ ଜେତେ ମାଜିବା ସେତେ ଚମକିବ। ସୁନାକୁ ସୁଦ୍ଧ କରିବା ପାଇଁ ନିଆଁରେ ପକାଯାଇଥାଏ।ଠିକ୍ ସେହିପରି ଭଲଲୋକ ଅଧିକ ଦୁଃଖ ପାଆନ୍ତି, କାରଣ ତାହା ସେମାନଙ୍କ ପାଇଁ ପରୀକ୍ଷା ଥାଏ। ଏହା ଦ୍ବାରା ସେମାନଙ୍କ ଜୀବନ ଆହୁରି ମାର୍ଜିତ ହୋଇଥାଏ।

୫- ସ୍ବାମୀ ବିବେକାନନ୍ଦ : ତେବେ ଆପଣ କହୁଛନ୍ତି ଏଭଳି ଅନୁଭବ ଆବଶ୍ୟକ ?

    ରାମକୃଷ୍ଣ ପରମହଂସ: ହଁ, ପ୍ରତି ଅନୁଭବ ଏକ କଠୋର ଶିକ୍ଷକ ପରି ହୋଇଥାଏ, ପ୍ରଥମେ ସେ ପରୀକ୍ଷା ନେଇଥାନ୍ତି, ପରେ ଶିକ୍ଷା ଦେଇଥାଏ।

୬- ସ୍ବାମୀ ବିବେକାନନ୍ଦ : ସମସ୍ୟା ଘରରେ ରହିଥିବାରୁ କାରଣରୁ ଆମେ ଜାଣିପାରୁନୁ ଜୀବନ କେଉଁ ଆଡେ ଯାଉଛି?

    ରାମକୃଷ୍ଣ ପରମହଂସ : ଯଦି ତୁମେ ବାହାରରୁ ଦେଖିବ ତେବେ ଜାଣି ପାରିନାହିଁ। ପ୍ରଥମେ ନିଜର ଭିତରକୁ ଦେଖ, ନିଜ ଭିତରେ ଥିବା ଗୁଣକୁ ଜାଣିବାକୁ ଚେଷ୍ଟା କର। ଜୀବନ ରାସ୍ତା ଆପେ ଆପେ ଦେଖାଯିବ।

୭- ସ୍ବାମୀ ବିବେକାନନ୍ଦ :  କଠିନ ସମୟରେ କିଏ କିପରି ନିଜ ଭିତରେ ଉତ୍ସାହ ରଖି ପାରିବ?

    ରାମକୃଷ୍ଣ ପରମହଂସ:  ତମେ ଏପର୍ୟ୍ୟନ୍ତ କେତେ ବାଟ ଚାଲିଛ, ସେପ୍ରତି ଧ୍ୟାନ ଦିଅ। ଆହୁରି କେତେ ବାଟ ଚାଲିବାକୁ ବାକି ଅଛି ତାହା ଚିନ୍ତା କରନାହିଁ। ଯାହା ପାଇଛ, ତାହାର ହିସାବ ରଖ। ଯାହା ପାଇନାହଁ ତାହାର ହିସାବ କରନାହିଁ। 

୮- ସ୍ବାମୀ ବିବେକାନନ୍ଦ :  ଲୋକଙ୍କ କେଉଁ କଥା ଆପଣଙ୍କୁ ବିସ୍ମିତ କରିଥାଏ?

    ରାମକୃଷ୍ଣ ପରମହଂସ: ଯେତେବେଳେ ଲୋକେ କଷ୍ଟ ପାଆନ୍ତି ସେତେବେଳେ ପଚାରନ୍ତି ‘ମୁଁ କାହିଁକି’ ? କିନ୍ତୁ ଯେତେବେଳେ ଖୁସି ପାଆନ୍ତି ସେତେବେଳେ ‘ମୁଁ କାହିଁକି’ ବୋଲି ପଚାରନ୍ତି ନାହିଁ।

୯- ସ୍ବାମୀ ବିବେକାନନ୍ଦ :  ମୁଁ ମୋ ଜୀବନରେ କିପରି ସର୍ବୋତ୍ତମ ହାସଲ ହୋଇପାରିବି ?

  ରାମକୃଷ୍ଣ ପରମହଂସ:  ବିନା କୌଣସିରେ ସଙ୍କୋଚରେ ଅତୀତକୁ ସାମ୍ନା କର। ପୁରା ଆତ୍ମବିଶ୍ବାସ ସହିତ ବର୍ତ୍ତମାନକୁ ସାମ୍ନା କର, ଭୟବୀତ ନ ହୋଇ ଭବିଷ୍ୟତ ପାଇଁ ପ୍ରସ୍ତୁତି ରୁହ।

୧୦- ସ୍ବାମୀ ବିବେକାନନ୍ଦ :  ବେଳେବେଳେ ଲାଗେ ମୋ ପ୍ରାର୍ଥନା ବେକାର ଯାଉଛି ?

    ରାମକୃଷ୍ଣ ପରମହଂସ: କେବେ କୌଣସି ପ୍ରାର୍ଥନା ବେକାର ଯାଏ ନାହିଁ। ନିଜରେ ଉପରେ ବିଶ୍ବାସ ସୁଦୃଢ ରଖ। ଜୀବନ ହେଉଛି ଏକ ରହସ୍ୟ, ଏହାକୁ ତୁମକୁ ଖୋଜିବାକୁ ପଡିବ। ଏହା କୌଣସି ବଡ ସମସ୍ୟା ନୁହେଁ ଯାହାର ସମାଧାନ କରିବାକୁ ପଡିବ। ମୋତେ ବିଶ୍ବାସ କର, ଯଦି ତୁମେ ଜାଣିଯିବ କିପରି ବଞ୍ଚିବାକୁ ହୁଏ, ତାହା ସତରେ ତୁମ ପାଇଁ ଆଶ୍ଚର୍ୟ୍ୟଜନକ ହେବ।

Comments are closed.