ଏଲଟିଟି ଏକ୍ସପ୍ରେସ ଲାଇନଚ୍ୟୁତ ଘଟଣା ; ରେଳବାଇ ଜାରି କଲା ହେଲ୍ପ ଲାଇନ ନମ୍ବର

କଟକ : ଏଲଟିଟି ଏକ୍ସପ୍ରେସ ଦୁର୍ଘଟଣା ପରେ ରେଳବାଇ ପକ୍ଷରୁ ୨ଟି ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି। ଏହି ୨ଟି ନମ୍ବର  ୦୬୭୧-୧୦୭୨,୦୬୭୪-୧୦୭୨ରେ ଫୋନ କରି ଯାତ୍ରୀଙ୍କ ସଂପର୍କୀୟମାନେ ସୂଚନା ପାଇ ପାରିବେ।

ଗୁରୁବାର ସକାଳୁ ଏହି ଦୁର୍ଘଟଣା ଘଟିଛି । ସମାନ ଧାରଣାରେ ଠିଆ ହୋଇଥିବା ଏକ ମାଲବାହୀ ଗାଡିକୁ ୧୨୮୭୯ ଲୋକମାନ୍ୟ ତିଳକ ଏକ୍ସପ୍ରେସ ପଛପଟୁ ଧକ୍କା ଦେଇଥିବା ଜଣାପଡିଛି । ଫଳରେ ୮ଟି ବଗି ଲାଇନଚ୍ୟୁତ ହୋଇଛି । ଆହତମାନଙ୍କୁ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି।

Comments are closed.