ଆରଏଲ୍‍ଏସପି ନେତାଙ୍କୁ ହତ୍ୟା

0

ପାଟନା : ରାଷ୍ଟ୍ରୀୟ ଲୋକ ସମତା ପାର୍ଟି (ଆରଏଲଏସପି)ର ଜଣେ ନେତାଙ୍କୁ କେତେକ ଦୁର୍ବୃତ୍ତ ଗୁଳିକରି ହତ୍ୟା କରିଛନ୍ତି। ମଙ୍ଗଳବାର ରାତିରେ ପାଟନାରେ ଆରଏଲଏସପି ପାଲିଗଙ୍ଗ ବ୍ଲକ ସଭାପତି ଅମିତ କୁମାର ଭୂଷଣ (୩୫)ଙ୍କୁ ହତ୍ୟା କରାଯାଇଛି। ଅମିତଙ୍କ ପାଖରେ ପୁଲିସ ଉପସ୍ଥିତ ଥିବା ସତ୍ତ୍ବେ ତାଙ୍କୁ ହତ୍ୟା କରାଯାଇଛି। ଏହି ଘଟଣାରେ ବିଶେଶ୍ୱର ପ୍ରସାଦ ସିଂହ ନାମକ ଅନ୍ୟ ଜଣେ ଆହତ ହୋଇଛନ୍ତି। ଏହି ଘଟଣା ପାଇଁ ଆରଏଲଏସପି ମୁଖ୍ୟ ଉପେନ୍ଦ୍ର ଖୁସୱାହ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଦାୟୀ କରିଛନ୍ତି। ୭ ମାସ ମଧ୍ୟରେ ଦଳର ୪ଜଣ କର୍ମୀ ହତ୍ୟାର ଶିକାର ହେଲେଣି।

Leave A Reply