ଏନଡିଏରୁ ଓହରିଲା ଆରଏଲପି : ହନୁମାନ ବେନିୱାଲ

ନୂଆଦିଲ୍ଲୀ : ଗତ ୧୯ ତାରିଖରେ ନ୍ୟାସନାଲ ଡେମୋକ୍ରାଟିକ୍ ପାର୍ଟି (ଆରଏଲପି) ମୁଖ୍ୟ ହନୁମାନ ବେନିୱାଲ କୃଷକଙ୍କ ଆନ୍ଦୋଳନକୁ ସମର୍ଥନ କରି ତିନିଟି ସଂସଦୀୟ କମିଟିରୁ ଇସ୍ତଫା ଦେଇଥିଲେ। ବେନିୱାଲ ତାଙ୍କ ଇସ୍ତଫା ପତ୍ର ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନିକଟକୁ ପଠାଇଛନ୍ତି।

ତେବେ ବେନିୱାଲଙ୍କ ଇସ୍ତଫା ଦେବାର ମୁଖ୍ୟ କାରଣ ହେଉଛି ବାରମେରରେ ତାଙ୍କ ଉପରେ ହୋଇଥିବା ଆକ୍ରମଣ ସହ ଜଡିତ ମାମଲାରେ ଅଧିକାରର ଉଲ୍ଲଂଘନ, ଯେଉଁଥିରେ ସଂସଦର ହସ୍ତକ୍ଷେପ ପରେ ମଧ୍ୟ ଏକ ମାମଲା ଦାୟର କରାଯାଇ ନାହିଁ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।

ଏହାପୂର୍ବରୁ ବେନିୱାଲ କହିଥିଲେ ଯେ ନରେନ୍ଦ୍ର ମୋଦୀ ସରକାରରେ ବିଜେପିର ୩୦୩ ଜଣ ସାଂସଦ ଅଛନ୍ତି ଯେଉଁଥିପାଇଁ ସେ କୃଷି ଆଇନ ପ୍ରତ୍ୟାହାର କରୁନାହାଁନ୍ତି। ରାଜସ୍ଥାନର କୃଷକମାନେ ୧,୨୦୦ କିଲୋମିଟର ଦୂର ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଛନ୍ତି।

ପୂର୍ବରୁ କୃଷକଙ୍କ ପ୍ରସଙ୍ଗରେ ଏନଡିଏର ସହଯୋଗୀ ଅକାଳୀ ଦଳ ମଧ୍ୟ ଏନଡିଏରୁ ଓହରି ଯାଇଥିଲା। ସମସ୍ତ ଏନଡିଏ ସହଯୋଗୀଙ୍କ ମଧ୍ୟରେ ବିଜେପି ହେଉଛି ସବୁଠାରୁ ବଡ ଦଳ, ଯାହା କୃଷି ଆଇନର ଲାଭ ସଂପର୍କରେ କୃଷକମାନଙ୍କୁ ବୁଝାଇବାକୁ ଚେଷ୍ଟା କରୁଛି। ଅନ୍ୟପକ୍ଷରେ ଗତ କିଛି ଦିନ ହେବ ଦିଲ୍ଲୀ ସିଙ୍ଗୁ ସୀମାରେ କୃଷକମାନେ ଆନ୍ଦୋଳନ କରିଥିଲେ।

 

Comments are closed.