ୟୁପିରେ ଆରଏଲଡି ୩ ଲୋକସଭା ଆସନରେ ଲଢିବ

0

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ୩ଟି ଲୋକସଭା ଆସନରେ ପ୍ରତିଦ୍ବନ୍ଦ୍ବିତା କରିବ ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି)। ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ଓ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି (ବିଏସପି)ର ମହାମେଣ୍ଟ ଆରଏଲଡିକୁ ୩ଟି ଆସନ ଛାଡିଛନ୍ତି। ମଙ୍ଗଳବାର ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ଆରଏଲଡି ନେତା ଜୟନ୍ତ ଚୌଧୁରୀ ମହାମେଣ୍ଟରେ ସାମିଲ ସମ୍ପର୍କରେ ଘୋଷଣା କରିଛନ୍ତି। ଚୌଧୁରୀ କହିଛନ୍ତି ଯେ ଆରଏଲଡି ଉତ୍ତରପ୍ରଦେଶର ମଥୁରା, ଭାଗପଥ ଓ ମୁଜାଫରନଗର ଆସନରେ ପ୍ରାର୍ଥୀ ଦେବ। ରାଜ୍ୟର ୮୦ଟି ଲୋକସଭା ଆସନରୁ ବିଏସପି ୩୮, ଓ ଏସପି ୩୭ ଆସନରେ ଲଢିବେ। ଆମେଥି ଓ ରାୟ ବରେଲି ଆସନରେ ମେଣ୍ଟ ପ୍ରାର୍ଥୀ ଦେବ ନାହିଁ।

Leave A Reply