ବାୟୁସେନା ମୁଖ୍ୟ ଭାବେ ଦାୟିତ୍ଵ ନେଲେ ଆରକେଏସ ଭଦୌରିଆ

ନୂଆଦିଲ୍ଲୀ: ଏୟାର ମାର୍ଶଲ ରାକେଶ କୁମାର ସିଂହ ଭଦୌରିଆ ବାୟୁସେନାର ନୂଆ ମୁଖ୍ୟ ଭାବେ ସୋମବାର ଦାୟିତ୍ଵ ଗ୍ରହଣ କରିଛନ୍ତି। ଏୟାର ଚିଫ ମାର୍ଶଲ ବି.ଏସ. ଧନୋଆଙ୍କର କାର୍ଯ୍ୟକାଳ ସୋମବାର ଶେଷ ହେଉଥିବାବେଳେ ସେ ଆଜି ତାଙ୍କ ଦାୟିତ୍ଵ ହସ୍ତାନ୍ତର କରିଛନ୍ତି। ଆରକେଏସ ଭଦୌରିଆ ଭାରତୀୟ ବାୟୁସେନାର ସବୁଠାରୁ ଦକ୍ଷ ପାଇଲଟମାନଙ୍କ ମଧ୍ୟରୁ ଜଣେ। ବର୍ତ୍ତମାନ ସୁଦ୍ଧା ସେ ୨୬ ପ୍ରକାର ଯୁଦ୍ଧ ବିମାନ ଏବଂ ପରିବହନ ବିମାନ ଉଡ଼ାଇ ସାରିଛନ୍ତି। ଏଥିରେ ରାଫେଲ ଯୁଦ୍ଧ ବିମାନ ବି ସାମିଲ ଅଛି।

Comments are closed.