ସୁରକ୍ଷା ବାହିନୀଙ୍କ ଗୁଳିରେ ହିଜବୁଲର ଟପ୍ କମାଣ୍ଡର ରିୟାଜ ନାଇକୁ ନିହତ

ନୂଆଦିଲ୍ଲୀ : କାଶ୍ମୀର ଉପତ୍ୟକାରେ ବୁଧବାର ହୋଇଥିବା ଏକ ଏନକାଉଣ୍ଟରରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ସୁରକ୍ଷାବାହିନୀଙ୍କ ଗୁଳିରେ ହିଜବୁଲ ମୁଜାହିଦ୍ଦିନର ବରିଷ୍ଠ କମାଣ୍ଡର ରିୟାଜ ନାଇକୁ ନିହତ ହୋଇଛି।
ବୁରହାନ ବାନିକୁ ହତ୍ୟା କରାଯିବା ପରେ ରିୟାଜ ନାଇକୁ କାଶ୍କୀର ଉପତ୍ୟକାରେ ହିଜବୁଲର କମାଣ୍ଡ ଭାର ଗ୍ରହଣ କରିଥିଲା। ସେନା ତାଲିକାରେ ରିୟାଜ ନାଇକୁ ଜଣେ ଏ ++ ବର୍ଗର ଆତଙ୍କବାଦୀ ଥିଲା ଏବଂ ତା’ ମୁଣ୍ଡରେ ୧୨ ଲକ୍ଷ ଟଙ୍କାର ପୁରସ୍କାର ଥିଲା। ନାଇକୁ ଏକ ସମୟରେ ଗଣିତ ଶିକ୍ଷକ ଥିଲେ, ତା’ପରେ ସେ ଆତଙ୍କବାଦୀ ହୋଇଥିଲା। ୩୫ ବର୍ଷୀୟ ରିୟାଜ ଅହମ୍ମଦ ନାଇକୁ ଖୁବ୍ କମ୍ ସମୟ ମଧ୍ୟରେ ହିଜବୁଲର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥିଲା।