ନଦୀରେ ବୁଡ଼ି ମଲା ଚାଷୀ, ଭିଡ଼ିଓ ଉତ୍ତୋଳନ କରୁଥିଲେ ଗ୍ରାମବାସୀ

0

ଲକ୍ଷ୍ନୌ : ଉତ୍ତରପ୍ରଦେଶର ଝାନ୍ସୀ ଜିଲା ଫତେପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ପଦାକୁ ଆସିଛି। ଏଠାକାର ଏକ ନଦୀର ବନ୍ୟା ଜଳରେ ବୁଡ଼ି ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ହେଲେ ପରିତାପର ବିଷୟ ଯେ ସେଠାକାରେ ଉପସ୍ଥିତ ଲୋକେ ଚାଷୀଙ୍କ ପାଣିରେ ବୁଡ଼ିଯାଉଥିବା ଦୃଶ୍ୟର ଭିଡ଼ିଓ ଉତ୍ତୋଳନ କରିଥିଲେ ମଧ୍ୟ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିନଥିଲେ। ଶେଷରେ ବୁଡ଼ି ବୁଡ଼ି ଚାଷୀ ଜଣକ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।
ଉଲ୍ଲେଖ ଯେ ପ୍ରବଳ ବର୍ଷା ଯୋଗୁଁ ଗଙ୍ଗା ଏବଂ ଏହାର ଶାଖା ନଦୀର ଜଳସ୍ତର ବଢିବାରେ ଲାଗିଛି। କେତେକ ଶାଖା ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଛି। ରବିବାର ଝାନ୍ସୀର ଏକ ଶାଖା ନଦୀ ବନ୍ଧ ଉପରେ ଗୋରୁ ଚରାଉଥିବା ଜଣେ ଚାଷୀ ଅସାବଧନତାରୁ ନଦୀ ଗର୍ଭକୁ ଖସି ପଡ଼ିଥିଲେ। ବନ୍ୟା ସ୍ରୋତରେ ସେ ଭାସିଯାଇ ବୁଡ଼ିବାକୁ ଲାଗିଥିଲେ। ସେଠାରେ ଉପସ୍ଥିତ କେତେକ ଲୋକ ଚାଷୀଙ୍କ ବୁଡ଼ିଯାଉଥିବା ଦୃଶ୍ୟର ଭିଡ଼ିଓ ଉତ୍ତୋଳନ କରିବାରେ ଲାଗିଥିଲେ। ଚାଷୀ ଜଣକ ରକ୍ଷା କରିବା ପାଇଁ ଡାକ ପକାଉଥିଲେ। ହେଲେ କେହି ତାଙ୍କୁ ଉଦ୍ଧାର କରିବା ପାଇଁ କୌଣସି ପ୍ରୟାସ କରିନଥିଲେ। କିଛି ସମୟ ମଧ୍ୟରେ ଚାଷୀ ଜଣଙ୍କ ନଦୀ ଗର୍ଭରେ ଲୀନ ହୋଇଯାଇଥିଲେ। ମୃତ ଚାଷୀଙ୍କ ଘର ଫତେପୁର ଅଞ୍ଚଳରେ ବୋଲି ଜାଣିବାକୁ ମିଳିଛି। ଚାଷୀଙ୍କ ମୃତ୍ୟୁ ବେଳର ଭିଡ଼ିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି।

Leave A Reply