ଚିକିତ୍ସା ପାଇଁ ଆମେରିକା ଯିବେ ରିଷି

0

ମା’ କୃଷ୍ଣା ରାଜ୍ କପୁରଙ୍କ ମୃତ୍ୟୁରେ ଭାଙ୍ଗିପଡ଼ିଛନ୍ତି ରିଷି କପୁର। ଭର୍ଟିଗୋ ରୋଗୀ ଋଷିଙ୍କ ଏଇ ରୋଗ ନିମନ୍ତେ ପୂରା ପରିବାର ଲୋକେ ଖୁବ୍ ସଚେତନ। କୌଣସି ମାନସିକ ଚାପ ତାଙ୍କୁ ଆଦୌ ଦିଆଯାଏ ନାହିଁ, କାରଣ କ୍ଷଣକୋପୀ ଋଷି କଥାକଥାକେ ଚିଡ଼ିଯାନ୍ତି। ଗତ ସପ୍ତାହରେ ଡାକ୍ତରୀ ଯାଞ୍ଚ ପରେ ଋଷି ନିଜ ଚିକିତ୍ସା ପାଇଁ ଆମେରିକା ଯିବେ ବୋଲି ସୋସିଆଲ୍ ସାଇଟ୍‌ରେ ସ୍ପଷ୍ଟ କରିଥିଲେ। ତେବେ ମା’ଙ୍କ ମୃତ୍ୟୁ ପରେ ଋଷିଙ୍କ ଯାତ୍ରା ସ୍ଥଗିତ କରାଯାଇଥିବାର ପ୍ରକାଶ। ଆଗାମୀ ୬ ମାସ ପର୍ଯ୍ୟନ୍ତ ସେ କୌଣସି ସୁଟିଂ କରିବେନାହିଁ। ସମ୍ପୂର୍ଣ୍ଣ ବିଶ୍ରାମ ନେବା ସହ ବିଭିନ୍ନ ପ୍ରକାରର ଚିକିତ୍ସା ତାଙ୍କର କରାଯିବ। ଋଷି ଏକ ସାକ୍ଷାତକାର୍‌ରେ କହିଥିଲେ, ଯୁବକ ଥିବାବେଳେ ବିଦେଶ ଯାତ୍ରା ପୂର୍ବରୁ ସେ ଖୁବ୍ ଉତ୍ସାହିତ ରହୁଥିଲେ। କାରଣ ବିମାନ ଯାତ୍ରା ତାଙ୍କର ଖୁବ୍ ପସନ୍ଦ ଥିଲା। ଆଜିକାଲି କିନ୍ତୁ ଯେ କୌଣସି ସ୍ଥାନକୁ ଯାତ୍ରା ପୂର୍ବରୁ ତାଙ୍କୁ ବ୍ୟତିବ୍ୟସ୍ତ ଲାଗୁଛି। ଶେଷଥର ପତ୍ନୀ ନିତୁଙ୍କ ଜନ୍ମଦିନ ନିମନ୍ତେ ସେ ସପରିବାର ପ୍ୟାରିସ୍ ଯାଇଥିଲେ। ଏଇ ଯାତ୍ରାରେ ମା’ କୃଷ୍ଣା ମଧ୍ୟ ସେମାନଙ୍କ ସହ ଯାଇଥିବାର ଋଷି କହିଛନ୍ତି।

Leave A Reply