ଋଷି କପୁରଙ୍କ ଶେଷ ଦର୍ଶନ ପାଇଁ ଦିଲ୍ଲୀରୁ ମୁମ୍ବଇ ଆସିବାକୁ ଝିଅ ରିଦ୍ଧିମାଙ୍କୁ ମିଳିଲା ଅନୁମତି

ନୂଆଦିଲ୍ଲୀ : ପ୍ରଖ୍ୟାତ ବଲିଉଡ୍ ଅଭିନେତା ଋଷି କପୁରଙ୍କର ପରଲୋକ ହୋଇଛି । ଗୁରୁବାର ମୁମ୍ବଇର ଏଚ ଏନ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲରେ ଋିଷିଙ୍କର ଦେହାନ୍ତ ହୋଇଛି । ଏହାରି ମଧ୍ୟରେ ଦିଲ୍ଲୀରେ ଥିବା ଋିଷିଙ୍କ ଝିଅ ରିଦ୍ଧିମା ଲକ୍ ଡାଉନ ଯୋଗୁ ହସ୍ପିଟାଲକୁ ବାପାଙ୍କୁ ଦେଖିବାକୁ ଆସି ପାରିନଥିଲେ । ବର୍ତ୍ତମାନ ଋିଷିଙ୍କ ମୃତ୍ୟୁ ପରେ ଦିଲ୍ଲୀରେ ଥିବା ରିଦ୍ଧିମା ବାପାଙ୍କ ଅନ୍ତିମ ଦର୍ଶନ ପାଇଁ ମୁମ୍ବଇ ଆସିବାକୁ ଦିଲ୍ଲୀ ସରକାର ଓ ପ୍ରଶାସନ ପାଖରୁ ଅନୁମତି ଲୋଡିଥିଲେ ।

ସୂଚନାଅନୁସାରେ ଋଷି କପୁରଙ୍କ ଝିଅ ରିଦ୍ଧିମା ଚାଟାର୍ଡ ଫ୍ଲାଇଟରେ ଦିଲ୍ଲୀରୁ ମୁମ୍ବଇ ଆସିବାକୁ ଦିଲ୍ଲୀ ସରକାର ଏବଂ ପ୍ରଶାସନର ଅନୁମତି ଲୋଡିଥିଲେ । କିନ୍ତୁ ଦିଲ୍ଲୀ ସରକାର ଏବଂ ପ୍ରଶାସନ ରିଦ୍ଧିମାଙ୍କୁ ଚାଡାର୍ଟ ଫ୍ଲାଇଟରେ ଯିବାକୁ ଅନୁମତି ଦେଇନଥିଲେ । ତାଙ୍କୁ ସଡକ ପଥରେ ଦିଲ୍ଲୀରୁ ମୁମ୍ବଇ ଯିବାକୁ ପାସ୍ ପ୍ରଦାନ କରିଥିଲେ । ବର୍ତ୍ତମାନ ରିଦ୍ଧିମା ଦିଲ୍ଲୀରୁ ମୁମ୍ବଇ ପ୍ରାୟ ୧୪୦୦ କିଲୋମିଟର ସଡକ ପଥ ଅତିକ୍ରମ କରି ନିଜ ପିତାଙ୍କ ଅନ୍ତିିମ ଦର୍ଶନ ପାଇଁ ଆସୁଥିବା ଜଣାପଡିଛି ।

Comments are closed.