ଭାରତର ଚତୁର୍ଥ ୱିକେଟର ପତନ : ପନ୍ତ ୭ରନ କରି ଆଉଟ

କଟକ :  କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚରେ ଭାରତ ତାର ଚତୁର୍ଥ ୱିକେଟ ହରାଇଛି। ଭାରତର ଯୁବ ଖେଳାଳି ରିଷଭ ପନ୍ତ ମାତ୍ର ୭ରନ କରି ଆଉଟ ହୋଇଯାଇଛନ୍ତି। ସେ କିମୋ ପଲଙ୍କ ବଲରେ କ୍ଲିଙ୍ଗ ବୋଲ୍ଡ ହୋଇଯାଇଛନ୍ତି। ରିଷଭ ଆଉଟ ହେବାପ​‌ରେ କେଦାର ଯାଦବ ବ୍ୟାଟିଂ କରିବାକୁ ଆସିଛନ୍ତି। ଅନ୍ୟପକ୍ଷରେ ଅଧିନାୟକ ବିରାଟ କୋହଲି ୫୧ଟି ବଲରେ ୫୦ରନ କରି ଖେଳୁଛନ୍ତି। ଯେଉଁଥିରେ ତାଙ୍କ ୫ଟି ଚୌକା ସାମିଲ ରହିଛି।

ବର୍ତ୍ତମାନ ୩୭ଓଭର ଖେଳ ​‌​ଶେଷ ସୁଦ୍ଧା ଭାରତ ୨୧୦-୪ ରନ କରିଛି। ଭାରତକୁ ଏହି ମ୍ୟାଚରେ ବିଜୟ ପାଇଁ ବର୍ତ୍ତମାନ ଠାରୁ ୭୮ବଲରେ ୧୦୭ରନର ଆବଶ୍ୟକତା ରହିଛି।

Comments are closed.