ପନ୍ତଙ୍କ ଚମତ୍କାର ଶତକ : ଭାରତ ୨୯୪/୭

ଅହମ୍ମଦାବାଦ ଟେଷ୍ଟ

ଅହମ୍ମଦାବାଦ : ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଇନିଂସରେ ଭାରତ ୭ ୱିକେଟ ହରାଇ ୨୯୪ ରନ୍ ସଂଗ୍ରହ କରିଛି। ଋଷଭ ପନ୍ତଙ୍କ ଚମତ୍କାର ୧୦୧ ରନ ଇଂଲଣ୍ଡ ବିପକ୍ଷରେ ଭାରତକୁ ଦୃଢ ଅଗ୍ରଣୀ ଦେଇଛି। ସେ ୧୧୮ ବଲରୁ ଶତକ ହାସଲ କରିଛନ୍ତି। ଭାରତ ବର୍ତ୍ତମାନ ୮୯ ରନରେ ଆଗୁଆ ଅଛି। ଆଜି ଦ୍ବିତୀୟ ଦିନର ଖେଳ ଶେଷ ହେବା ବେଳକୁ ୱାଶିଂଟନ୍ ସୁନ୍ଦର ୬୦ ଏବଂ  ଆକ୍ଷର  ପଟେଲ ୧୧ ରନ କରି କ୍ରିଜରେ ଅଛନ୍ତି।
ପୂର୍ବରୁ ଭାରତ ଆଜି ଗୋଟିଏ ୱିକେଟରେ ୨୪ ରନ ସ୍କୋରରୁ ଖେଳ ଆରମ୍ଭ କରିଥିଲା। ଏହାପୂର୍ବରୁ ପ୍ରତମ ଦିନରେ ଇଂଲଣ୍ଡ ପ୍ରଥମ ଇନିଂସରେ ୨୦୫ ରନ୍ କରିଥିଲା।

Comments are closed.