ଜାଣନ୍ତୁ ! ବିବାହିତା ନାରୀ ପାଇଁ କେଉଁ ଅଳଙ୍କାର ଖୁବ ଗୁରୁତ୍ୱପୂର୍ଣ୍ଣ

0

ନାରୀଟି ନିଜର ସୌନ୍ଦର୍ଯ୍ୟ ନିମନ୍ତେ ଭିନ୍ନ ଭିନ୍ନ ଅଳଙ୍କାର ଧାରଣ କରିଥାଏ। ପ୍ରତି ଅଳଙ୍କାରର ବହୁ ମହତ୍ୱ ଓ ବିଷେଶତ୍ୱ ରହିଛି। କିଛି ଏପରି ଅଳଙ୍କାର ରହିଛି ଯାହାକୁ କେବଳ ବିବାହିତା ନାରୀମାନେ ପିନ୍ଧିପାରିବେ। ଏହି ଅଳଙ୍କାର ମାନଙ୍କ ମଧ୍ୟରେ ଏକ ମୁଖ୍ୟ ଅଳଙ୍କାର ହେଉଛ ଗୋଡ଼ମୁଦିି। ନିୟମ ଅନୁଯାୟୀ ଏହାକୁ ବିବାହ ଦିନ ପିନ୍ଧା ଯାଇଥାଏ। ବିବାହ ଦିନ ଏହାକୁ ପାଦର ୩ଟି ଅଥବା ୪ଟି ଆଙ୍ଗୁଠିରେ ପିନ୍ଧାଯାଏ।

ଏହା ନାରୀକୁ ସୌଭାଗ୍ୟବତୀ କରିଥାଏ। ଏହାକୁ ପିନ୍ଧିବା ଦ୍ୱାରା ନାରୀଟିର ନିଜ ଶାଶୁଘରେ ମାନସମ୍ମାନ ବୃଦ୍ଧି ପାଇଥାଏ। ଘରେ ସର୍ବଦା ଲକ୍ଷ୍ମୀଙ୍କ କୃପା ରହିଥାଏ। ଏହା ଚାନ୍ଦିର ହେବା ହେତୁ କିଛି ଦିନ ପରେ କଳା ହେବା ପରେ ଏହାକୁ ବଦଳାଇ ନୂତନ ଏକ ମୁଦି ପିନ୍ଧିବା ଆବଶ୍ୟକ ନଚେତ ପରିବାରର ସଦସ୍ୟଙ୍କ ମାନେ ରୋଗଗ୍ରସ୍ତ ହୋଇଥାନ୍ତି। ଏହା ସାମାନ୍ୟ ଭାଙ୍ଗି ଥିଲେ ମଧ୍ୟ ପିନ୍ଧିବା ଉଚିତ ନୁହେଁ। ଏହା ଦ୍ୱାରା ଅଯଥା ଧନର ହାନି ହୋଇଥାଏ। ଏହାକୁ ମଙ୍ଗଳବାର, ଶନିବାର, ଗୁରୁବାର ଆଙ୍ଗୁଠିରୁ କାଢିବା ଉଚିତ ନୁହେଁ, ଏପରି କରିବା ଦ୍ୱାରା ଗୃହରେ ଅଶାନ୍ତି ଲାଗିରହିଥାଏ। ଏହାକୁ ନାରୀଟିଏ ସର୍ବଦା ପିନ୍ଧିବା ଦ୍ୱାରା ଧନସମ୍ପଦର ବୃଦ୍ଧି,ପରିବାର ମଧ୍ୟରେ ସୁଖଶାନ୍ତି ଓ ଆନନ୍ଦର ବାତାବରଣ ବୃଦ୍ଧି ପାଇଥାଏ।

Leave A Reply