ଶ୍ରୀଲଙ୍କା, ଦୁବାଇରେ ପୂର୍ଣ୍ଣ ସୂର୍ଯ୍ୟପରାଗ, ଦେଖିବାକୁ ମିଳିଲା ରିଙ୍ଗ ଅଫ୍‌ ଫାୟାର

ଦୁବାଇ: ବର୍ଷର ଶେଷ ସୂର୍ଯ୍ୟପରାଗ ଗୁରୁବାର ସଙ୍ଗଠିତ ହୋଇଛି। ଏହି ମହାଜାଗତିକ ଦୃଶ୍ୟକୁ ସାରା ବିଶ୍ଵର ଅଧିକାଂଶ ଦେଶବାସୀ ଦେଖିଛନ୍ତି। ଭାରତରେ କିଛି ଅଞ୍ଚଳରେ ବିଶେଷ କରି ଦକ୍ଷିଣ ଭାରତରେ ପୂର୍ଣ୍ଣ ସୂର୍ଯ୍ୟପରାଗ ଦେଖିବାକୁ ମିଳିଥିବାବେଳେ ଅନ୍ୟ କେତେକ ଅଞ୍ଚଳରେ ଆଶିଂକ ଦୃଶ୍ୟମାନ ହୋଇଛି। ଶ୍ରୀଲଙ୍ଗା ଏବଂ ଦୁବାଇରେ ପୂର୍ଣ୍ଣ ସୂର୍ଯ୍ୟପରାଗ ଦେଖିବାକୁ ମିଳିଛି। ଏହି ଅବସରରେ ସୂର୍ଯ୍ୟଙ୍କୁ ରିଙ୍ଗ ଅଫ୍‌ ପାୟାର ଅବସ୍ଥାରେ ଦେଖିବାକୁ ମିଳିଛି। ପରାଗ ସୂର୍ଯ୍ୟଙ୍କୁ ସମ୍ପୂର୍ଣ୍ଣ ଗ୍ରାସ କରିଛନ୍ତି।

ଓଡ଼ିଶାବାସୀଙ୍କ ପାଇଁ ସୂର୍ଯ୍ୟପରାଗ ପ୍ରାୟ ସକାଳ ୮ଟା ୨୦ ମିନିଟରେ ଆରମ୍ଭ ହୋଇ ଦିନ ୧୧ଟା ୨୮ ମିନିଟ ସମୟରେ ଶେଷ ହେବ। ୯ଟା ୪୬ ମିନିଟ ସମୟରେ ଓଡ଼ିଶାରେ ସର୍ବାଧିକ ପରାଗ ଦେଖାଯିବ। ଏହି ସମୟରେ ସୂର୍ଯ୍ୟକୁ ଖାଲି ଆଖିରେ ଦେଖିବା ଉଚିତ ନୁହେଁ।

 

Comments are closed.