ଜାଣନ୍ତୁ, ନିର୍ବନ୍ଧ ମୁଦି ଅନାମିକା ଆଙ୍ଗୁଠିରେ ପିନ୍ଧିବାର କାରଣ

0

ସାଧାରଣତଃ ବିବାହ ପୂର୍ବରୁ ନିର୍ବନ୍ଧ ହୋଇଥାଏ ଓ ସେଥିରେ ପୁଅ ଝିଅ ପରସ୍ପରକୁ ମୁଦି ପିନ୍ଧାଇ ଥାଆନ୍ତି। ନିର୍ବନ୍ଧ ମୁଦିକୁ ପ୍ରେମର ପ୍ରତୀକ ବୋଲି କୁହାଯାଇଥାଏ। ଏହି ମୁଦିକୁ ପରସ୍ପର ଅନାମିକା ଆଙ୍ଗୁଠିରେ ପିନ୍ଧାଇ ଥାଆନ୍ତି। ହେଲେ କ’ଣ ଆପଣ ଜାଣନ୍ତି ଯେ, ନିର୍ବନ୍ଧ ମୁଦି ଅନାମିକା ଆଙ୍ଗୁଠିରେ କାହିଁକି ପିନ୍ଧାଯାଏ? ତେବେ ଚାଲନ୍ତୁ ଜାଣିବା ଏହାର ଉତ୍ତର –

ରୋମ୍‍ ର ମାନ୍ୟତା ଅନୁସାରେ, ଅନାମିକା ଆଙ୍ଗୁଠି ଦେଇ ଏକ ଧମନୀ ସିଧା ସଳଖ ହୃଦୟ ସହ ସଂଯୋଗ ହୋଇଛି। ଏହି କାରଣରୁ ବିବାହ କରିବାକୁ ଯାଉଥିବା ପୁଅ ଓ ଝିଅ ପରସ୍ପରକୁ ମୁଦି ପିନ୍ଧାଇବା ପାଇଁ ଅନାମିକା ଆଙ୍ଗୁଠି ସର୍ବୋତ୍ତମ। ଏହା ବହୁ ପୁରୁଣା ଓ ଲୋକପ୍ରିୟ ମାନ୍ୟତା।

ହିନ୍ଦୁଧର୍ମ ଅନୁଯାୟୀ, ନିର୍ବନ୍ଧକୁ ସମ୍ପର୍କ ଆରମ୍ଭ ହେବାର ପ୍ରଥମ ପ୍ରମାଣ ବୋଲି କୁହାଯାଇଥାଏ। ବିବାହ ପୂର୍ବରୁ ପୁଅ-ଝିଅ ଦୁହେଁ ଦୁହିଁଙ୍କୁ ସୁନା ଓ ରୂପାର ମୁଦି ପିନ୍ଧେଇବା ଅର୍ଥ ଜଣେ ଅନ୍ୟଜଣଙ୍କୁ ଜୀବନସାଥୀ ରପେ ସ୍ୱୀକାର କରିନେବା।

ଚୀନ୍‍ ର ମାନ୍ୟତା ଅନୁସାରେ, ଆମ ହାତର ପ୍ରତ୍ୟେକ ଆଙ୍ଗୁଠି ଏକ ସମ୍ପର୍କକୁ ଦର୍ଶାଇଥାଏ ଓ ହାତର ତୃତୀୟ ଆଙ୍ଗୁଠି ଅର୍ଥାତ୍‍ ଅନାମିକା ଆଙ୍ଗୁଠି ଜୀବନସାଥିଙ୍କ ପାଇଁ ହୋଇଥାଏ। ସେହିପରି, ବୃଦ୍ଧ ଆଙ୍ଗୁଠି ମାତା-ପିତାଙ୍କ ପାଇଁ, ତର୍ଜନୀ ଭାଇ-ଭଉଣୀଙ୍କ ପାଇଁ, ମଧ୍ୟମା ନିଜ ପାଇଁ ଓ କନିଷ୍ଠା ବା କାନି ଆଙ୍ଗୁଠି ସନ୍ତାନଙ୍କ ପାଇଁ ହୋଇଥାଏ।

Leave A Reply